ରାୟଗଡ଼ା ଜିଲ୍ଲା କେ. ସିଂପୁର (କଲ୍ୟାଣସିଂହପୁର) ବ୍ଲକଠାରେ ୨୦୧୫-୧୬ ଆର୍ଥିକ ବର୍ଷ ମଧ୍ୟରେ ଏହି ମଡେଲ ସ୍କୁଲ (ଆଦର୍ଶ ବିଦ୍ୟାଳୟ) ଗୃହ ନିର୍ମାଣ କରାଯାଇଛି । ଏହାର ଆକଳନ ମୂଲ୍ୟ ୩୬୯.୮୯ ଲକ୍ଷ ଟଙ୍କା ଏବଂ କାର୍ଯ୍ୟ ଆରମ୍ଭ ଓ ଶେଷ କରିବାର ନିର୍ଦ୍ଧାରିତ ତାରିଖ ଯଥାକ୍ରମେ ୧୫.୧୦.୧୫ ଏବଂ ୧୪.୦୪.୧୭ ଅଟେ । ଏହାର ଭୂତଳ ମହଲା (Ground Floor) ଏବଂ ପ୍ରଥମ ମହଲାର ସିଭିଲ୍ କାର୍ଯ୍ୟ ସମାପ୍ତ ହୋଇଛି । ଏହି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ଦ୍ୱାରା ସ୍ଥାନୀୟ ବାସିନ୍ଦା ଉତ୍ତମ ଶିକ୍ଷାଗତ ସୁବିଧା ପାଇପାରିବେ ଏବଂ ଏହି ବିଦ୍ୟାଳୟଟି ବ୍ଲକ ସଦର ମହକୁମା ନିକଟରେ ଅବସ୍ଥିତ ।



,
